ପାଟନା,ଏଜେନ୍ସି: ଆଜି ବିହାରର ମୁଜାଫର୍ପୁରସ୍ଥିତ ଏକ ନୁଡଲ୍-ତିଆରି କାରଖାନାରେ ଗୋଟାଏ ବଏଲର୍ ବିସ୍ଫୋରଣ ଘଟିବାରୁ ୬ଜଣଙ୍କର ମୃତ୍ୟୁ ଘଟିବା ସହ ଆଉ ୧୨ଜଣ ଆହତ ହୋଇଥିବା କଥା ଜିଲ୍ଲା ପୁଲିସ ମୁଖ୍ୟ କହିଛନ୍ତି।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ସକାଳ ପ୍ରାୟ ୧୦ଟାରେ ଘଟିଥିବା ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ୫ କିଲୋମିଟର୍ ଦୂରଯାଏଁ ତା’ର ଶବ୍ଦ ଶୁଭିଥିଲା। ବିସ୍ଫୋରଣ ହେତୁ କାରଖାନାରେ ଲାଗିଥିବା ନିଆଁ ଲିଭାଇବାକୁ ୫ଟି ଦମକଳ ଘଟଣାସ୍ଥରେ ପହଞ୍ଚିଥିଲେ।