ନୂଆଦିଲ୍ଲୀ,ଏଜେନ୍ସି: ସଦ୍ୟ ପ୍ରକାଶିତ ବ୍ଲୁମବର୍ଗ କୋଟିପତିଙ୍କ ତାଲିକାରେ ଭାରତର ଧନୀବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ ବିଶ୍ୱର ୭ମ ଧନୀ ଭାବେ ବିବେଚିତ ହୋଇଛନ୍ତି। ୭୦ ବିଲିଅନ ଡଲାର ସହ ଆମେରିକାର ବିଶିଷ୍ଟ ବ୍ୟବସାୟୀ ୱାରେନ୍ ବଫେଟଙ୍କୁ ପଛରେ ପକାଇଛନ୍ତି ଅମ୍ବାନୀ। ୱାରେନ ବଫେଟ ଏବେ ୬୮ ବିଲିଅନ ସମ୍ପତ୍ତିର ମାଲିକ। ବିଶ୍ୱର ଟପ୍-ଟେନ୍ ଧନୀ ତାଲିକାରେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ୧୮୮.୨ ଆରବ ଡଲାର ସମ୍ପତ୍ତି ସହ ଆମାଜନ ସିଇଓ ଜେଫ ନେଜୋସ ଏହି ତାଲିକାର ଶୀର୍ଷରେ ଅଛନ୍ତି।