ମାଓ ଅଞ୍ଚଳ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲାପାଳ ସ୍ୱଧାଦ୍ୱେ ସିଂ ମାଓ ଅଧ୍ୟୁଷିତ ଅଞ୍ଚଳ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତକୁ ପରିଦର୍ଶନ କରିଛନ୍ତି । ଏହି ସମୟରେ ଜିଲ୍ଲାପାଳ ବନବାସୀଙ୍କ ସହ କଥା ହୋଇଥିଲେ ଓ ତାଙ୍କ ସମସ୍ୟା ବୁଝିଥିଲେ । ସୁନାବେଡ଼ା ଅଞ୍ଚଳରେ ଚକୁଟିଆଭୁଁଜୁଆ ନାମକ ଏକ ଏଜେନ୍ସି ସଂସ୍ଥା ଦୀର୍ଘ ବର୍ଷ ହେବ ବନବାସୀଙ୍କ ସମସ୍ୟା ବୁଝିବା କଥା ମଧ୍ୟ ଜିଲ୍ଲାପାଳ ଅବଗତ ହୋଇଥିଲେ । ଏଥିସହିତ ଜିଲ୍ଲାପାଳ ଅଞ୍ଚଳର ଉନ୍ନୟନ କାମକୁ ମଧ୍ୟ ତଦାରଖ କରିଥିଲେ ।