ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଫପସିରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ସମିତି ସଭ୍ୟା ଅମରିତା ଦୀପ, ଜଗା ସୁନା, ଆଦିତ୍ୟ ମହାନନ୍ଦ, ଅନାଦି ମୁନା ଓ ଚିତ୍ର ସେନ ନାଗ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଦୀପକ ନାଗ, ଲିପସନ ଓ ପ୍ରିତୀଙ୍କ ପରିଚାଳନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରକ୍ତଦାନ କରିଥିବା ୧୭ ଜଣ ଯୁବକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁକେଶ ସୁନା, ସନ୍ତୋଷ ସାଗର, ଅଭିମନ୍ୟୁ ମହାନନ୍ଦ, ଅମିତ ଦୀପ, ବିଶ୍ୱଜିତ ତାଣ୍ଡି ଓ ତ୍ରିନାଥ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।