ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କାଣ୍ଡ

ବାଙ୍କୀ,ଏନ୍ଏନ୍ଏସ୍: ବୈଦେଶ୍ୱର ଥାନା ଅନ୍ତର୍ଗତ ମଧୁଆପଲ୍ଲୀ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ମୃତକ ଜଣଙ୍କ ହେଉଛନ୍ତି ଫତେଗଡ଼ ମଣିପୁର ଗ୍ରାମର।

ସୂଚନା ଅନୁସାରେ ସେ ଗତକାଲି ରାତ୍ରିରେ ଘରକୁ ଫେରୁଥିବାବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ବାଇକ୍ ଯୋଗେ ଆସି ଗୁଳି ମାରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ଶତ୍ରୁତାର ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।