ନାବାଳିକ ଗଣଦୁଷ୍କର୍ମ ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ରାଉରକେଲା, ଏନ୍ଏନ୍ଏସ୍: ସେକ୍ଟର-୬ ଅଂଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୩ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରାଯାଇଥିଲା। ରବିବାର ଦିନ ଗିରଫ , ଡାକ୍ତରୀମାଇନା ପରେ ଆଜି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସେକ୍ଟର-୭ ପୁଲିସ କରିଛି। ଉକ୍ତ ଅଭିଯୁକ୍ତ ମାନେ ହେଲେ ସେକ୍ଟର-୬ ଅଂଚଳର ଅମର ସିଂ, ନାରାୟଣ ନାୟକ ଓ ଭୋଲା ଯାଦବ। ସୂଚନାଯୋଗ୍ୟ, ୨୨ ତାରିଖ ଦିନ ନାବାଳିକା ଓ ତାଙ୍କ ବାନ୍ଧବୀ ଏକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ। ନାବାଳିକା ବାନ୍ଧବୀଙ୍କୁ ଘରେ ଛାଡ଼ି ନିଜ ଘରକୁ ଫେରିବା ବେଳେ ଗଣଦୁଷ୍କର୍ମର ଶୀକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ।