ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ବ୍ଲକ ଯୁବ କଂଗ୍ରେସ ସଭାପତି ଭାବେ ଏସ ଦିନେଶ ଓ ନଗର ଯୁବ କଂଗ୍ରେସ ସଭାପତି ଭାବେ ଯୁବ ନେତା ସୁରଜ ଲାଲଙ୍କୁ ମନୋନୀତ କରାଯାଇଛି । ଦିନେଶ ଓ ସୁରଜ ଜିଲ୍ଲା କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ରହି ନିଜ ନିଜ କାର୍ଯ୍ୟ ସୂଚାରୁ ରୂପେ ପାଳନ କରିବା ସହ ଦଳର ଜଣେ ନିଷ୍ଠାପର କର୍ମୀ ଭାବେ ବେଶ ପରିଚିତ । ଏହି ପଦବୀ ନିମନ୍ତେ ମନୋନୀତ ହେଲା ପରେ ଦିନେଶ ଓ ସୁରଜ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି, ପିସିସି ସଭାପତି ଶରତ ପଟ୍ଟନାୟକ, ଡା. ବିଶ୍ୱରଞ୍ଜନ ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସଭାପତି ଡା. ସ୍ମୃତି ରଞ୍ଜନ ଲେଙ୍କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଦନ ନାୟକ ଓ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଗାମୀ ଦିନରେ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ହକ ପାଇଁ ଲଢେଇ କରିବି ବୋଲି କହିଛନ୍ତି । ଯୁବ କଂଗ୍ରେସର ଟିମ ଗଠନ ସରିଛି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର କହିଛନ୍ତି ।