ଚାଷୀ ଆନ୍ଦୋଳନ ଜାରି; ମୁଜାଫରନଗରରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ସୃଷ୍ଟି ହୋଇଥିବା ହିଂସା ଘଟଣା ପରେ ଶତାଧିକା ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି। ଏହା ପରେ ବି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜିି ଚାଷୀ ନେତାମାନେ ମୁଜାଫରନଗରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାର ବିଭିନ୍ନ ସ୍ଥାନରୁ ଚାଷୀମାନେ ଆଜି ଗାଜୀପୁର ସୀମାରେ ପହଞ୍ଚିବେ।

ଦିଲ୍ଲୀ ପୁଲିସ ଗାଜୀପୁର ସୀମାକୁ ବନ୍ଦ କରିଦେଇଛି। ୨୪ ନମ୍ବର ଜାତୀୟ ରାଜପଥ, ୯ ନମ୍ବର ଜାତୀୟ ରାଜପଥରୁ ୫୬, ୫୭-ଏ, କୋଣ୍ଡଲି, ପେପର ମାର୍କେଟ, ଟେଲକୋ ଟି ପଏଣ୍ଟ, ଇଡିଏମ ମଲ, ଅକ୍ଷରଧାମ ଓ ନିଜାମୁଦ୍ଦୀନ ଖଟ୍ଟାରୁ ଟ୍ରାଫିକ ଦିଗ ପରିବର୍ତ୍ତନ କରାଯାଇଛି।