ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରବଳ ବର୍ଷା ଯୋଗୁ ଗତକାଲି ରାତିରେ ୩ଟି ବିରାଟକାୟ ଗଛ ଭାଙ୍ଗି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବଡ଼ବାହାଲ ନିକଟସ୍ଥ ଜାତୀୟ ରାଜପଥ ୪୯ ଅବରୋଧ ହୋଇଥିଲା। ଫଳରେ ଗତକାଲି ରାତିରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟାତ ଠପ ହୋଇଥିଲା। ଏଥିସହିତ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଥିଲା। କୋଲାବିରା ଦମକଳ ବାହିନୀ ଓ ପୁଲିସ ରାସ୍ତାରୁ ଗଛ ହଟାଇବା ପରେ ଯାତାୟାତ ସାମନ୍ୟ ହୋଇଛି।