କ୍ଵରେଣ୍ଟାଇନ ଅବଧି ସରିବା ପୂର୍ବରୁ ଘରକୁ ପଳାଇ ଆସିଥିବା ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ ଦିନକୁଦିନ କରୋନା ସ୍ଥିତି ଗମ୍ଭୀର ହେବାକୁ ଲାଗିଥିବାବେଳେ ଗତ ଶନିବାର ସାହାରପଡ଼ା ବ୍ଲକର ରାମଚନ୍ଦ୍ରପୁର ଟିଏମସି ସେଣ୍ଟରରୁ ପଳାଇ ଆସି ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି। ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ଆକ୍ରାନ୍ତ ଜଣକ ଆସାମରୁ ଫେରି ରାମଚନ୍ଦ୍ରପୁର ଟିଏମସି ସେଣ୍ଟରରେ ରହୁଥିଲେ କିନ୍ତୁ ସ୍ୱାବ ନମୁନା ଆସିବା ପୂର୍ବରୁ ସେ ଘରକୁ ପଳାଇ ଆସିଥିଲେ। କେବଳ ଏତିକି ନୁହେଁ, ଘରକୁ ଆସି ଅନେକ ଲୋକଙ୍କ ସହିତ ମିଳାମିଶା କରିବା ସହିତ ଭୋଜିଭାତ ଓ ଭଲିବଲ୍ ଖେଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଅନେକ ଲୋକଙ୍କ ସହ ମିଳାମିଶା କରିଥିବାରୁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେଣୁ ଯଥାଶୀଘ୍ର କଣ୍ଟାଣ୍ଟ ଟ୍ରେସିଂ କରି ସ୍ୱାବ ନମୁନା ସଂଗ୍ରହ ସହିତ ସ୍ୱାବ ରିପୋର୍ଟ ନଆସିବା ପୂର୍ବରୁ ଟିଏମସି ସେଣ୍ଟରରୁ କିପରି ଘରକୁ ଆସିଲେ ତା’ର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।