ବିଜେଡିର ଜିଲ୍ଲା ସଭାପତି ତାଲିକା ଘୋଷଣା କଲେ ସୁପ୍ରିମୋ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ଲାଗି ତାଲିକା ଘୋଷଣା କରିଛନ୍ତି। ସମସ୍ତ ୩୦ଟି ସାଙ୍ଗଠନିକ ଜିଲ୍ଲା ପାଇଁ ସେ ୩୩ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ୧୯ଜଣଙ୍କ ନୂଆ ମୁହଁ ସ୍ଥାନ ପାଇଛି।

ମହେନ୍ଦ୍ର ମିଶ୍ରଙ୍କୁ ଅନୁଗୁଳ, ରବିନ୍ଦ୍ର କୁମାର ଜେନାଙ୍କୁ ବାଲେଶ୍ୱର, ବିଜୟ ରଞ୍ଜନ ସିଂହ ବାରିହାଙ୍କୁ ବରଗଡ, ଜଗନ୍ନାଥ ସ୍ୱାଇଁଙ୍କୁ ଭଦ୍ରକ, ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର, ଟୁକୁନି ସାହୁଙ୍କୁ ବଲାଙ୍ଗୀର, ମାହିଧର ରଣାଙ୍କୁ ବୌଦ୍ଧ, ଦେବାଶିଷ ସାମନ୍ତରାୟଙ୍କୁ କଟକ, ରୋମଞ୍ଚ ବିଶ୍ୱାଳଙ୍କୁ ଦେଓଗଡ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଢ଼େଙ୍କାନାଳ, ପ୍ରଦୀପ ନାୟକଙ୍କୁ ଗଜପତି, ରମେଶ ଚନ୍ଦ୍ର ଚାଉପଟ୍ଟନାୟକଙ୍କୁ ଗଞ୍ଜାମ, ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର, ସରୋଜ ମହାପାତ୍ରଙ୍କୁ ଯାଜପୁର, କିଶୋର ମହାନ୍ତିଙ୍କୁ ଝାରୁସୁଗୁଡା, ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ କଳାହାଣ୍ଡି, ସରୋଜ କର୍ଣ୍ଣଙ୍କୁ କନ୍ଧମାଳ, ଉତ୍କଳ କେଶରୀ ପରିଡାଙ୍କୁ କେନ୍ଦ୍ରାପଡା, ମାଧବ ସର୍ଦ୍ଦାରଙ୍କୁ କେଉଁଝର, ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ଖୋର୍ଦ୍ଧା, ଇଶ୍ୱର ପାଣିଗ୍ରାହୀଙ୍କୁ କୋରାପୁଟ, ପୂର୍ଣ୍ଣଚନ୍ଦ୍ର ବକାଙ୍କୁ ମାଲକାନାଗିରି, ସୁଦାମ ମାର୍ଣ୍ଡିଙ୍କୁ ମୟୁଭଞ୍ଜ ସଦର, କାଶିନାଥ ହେମ୍ବ୍ରମଙ୍କୁ ମୟୁରଭଞ୍ଜ, ରମେଶ ଚନ୍ଦ୍ର ମାଝୀଙ୍କୁ ନବରଙ୍ଗପୁର,ରମେଶ ବେହେରାଙ୍କୁ ନୟାଗଡ, ମନୋଜ ମିଶ୍ରଙ୍କୁ ନୂଆପଡା, ମହେଶ୍ୱର ମହାନ୍ତିଙ୍କୁ ପୁରୀ, ସୁଧୀର ଦାସଙ୍କୁ ରାୟଗଡା, ସାରଦା ପ୍ରସାଦ ନାୟକଙ୍କୁ ରାଉଲକେଲା, ସିଦ୍ଧାର୍ଥ ଦାସଙ୍କୁ ସମ୍ବଲପୁର, ସରୋଜ କମ୍ପଙ୍କୁ ସୁବର୍ଣ୍ଣପୁର ଓ ବିନୟ ଟପ୍ପୋଙ୍କୁ ସୁନ୍ଦରଗଡ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।