ନଦୀ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝରିଗାଁ, ଏନ୍ଏନ୍ଏସ୍: ଝରିଗାଁ ଥାନା କୁରୁଲୁଭଟ୍ଟା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଚିକିଲି ନଦୀ କଡରୁ ଉଦ୍ଧାର କରାଯାଇଛି। ଏନେଇ ଥାନାରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କୁରୁଲୁଭଟ୍ଟା ଗ୍ରାମର ରାମସାନ୍ତାଙ୍କ ପୁଅ ନକୁଳ ସାନ୍ତା (୨୪) ରବିବାର ବାଇକ ନେଇ ଘରୁ ଯାଇ ଆଉ ଫେରିନଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ତେବେ ଆଜି ଅପରାହ୍ଣରେ ଚିକିଲି ନଦୀରୁ ତାଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ମୃତଦେହରେ କୌଣସି କ୍ଷତ ନଥିବା ଓ ବାଇକ କୌଣସି କ୍ଷତି ହୋଇନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି।