ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରିବା ପରେ ବିଜେପି ସରକାର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଶପଥ ଗ୍ରହଣ କରୁଛନ୍ତି । ଯୋଗୀ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟପଟେ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଦ୍ୱିତୀୟଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କେଶବ ପ୍ରସାଦ ମୌର୍ଯ୍ୟାଙ୍କ ସମେତ ବ୍ରଜେଶ ପାଠକ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଶପଥ ଗ୍ରହଣ ପୂର୍ବରୁ ଆଜି ସକାଳୁ ବିଜେପି କାର୍ଯ୍ୟକର୍ତ୍ତା ରାଜ୍ୟର ଅନେକ ମନ୍ଦିରକୁ ଯାଇ ଲୋକ କଲ୍ୟାଣ ପାଇଁ ପୂଜାର୍ଚ୍ଚନା କରିଥିଲେ ।