କୋଟିଏ ଲୋକଙ୍କୁ ରୋଜଗାର ଦେବେ ଯୋଗୀ ସରକାର

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ରୋଜଗାରକ୍ଷମ କରାଇବାର ପ୍ରତିଶ୍ରୁତି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗୀ କହିଛନ୍ତି କି, ଯଦି ରୋଜଗାର ଯୋଗଇ ଦିଆନଯାଏ ତେବେ ଅନାହାର ମୃତ୍ୟୁ ସମସ୍ୟା ସୃଷ୍ଟି ହେବ। ସେଥିପାଇଁ ଯୋଗୀ ସରକାର ୧ କୋଟି ଲୋକଙ୍କ ପାଇଁ ରୋଜଗାର ଉପଲବ୍ଧ କରାଇବେ।

ମେ’ ୧ରୁ ଉତ୍ତରପ୍ରଦେଶକୁ ପାଖାପାଖି ୨ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଅଗାମୀ ୧୦ ଦିନରେ ଆଉ୧୦ ଲକ୍ଷ ଶ୍ରମିକ ଫେରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୟୁପିରେ ଏକ ରେଡିମେଡ ଗାର୍ମେଣ୍ଟ ହବ୍ ପ୍ରସ୍ତୁତ କରାଯାଉଛି। ଯେଉଁଠି ୧ କୋଟି ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରାଯିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି।