ଆଜି ଶପଥ ନେବେ ଯୋଗୀ, ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ସାକ୍ଷୀ

ଲଖନଉ,ଏଜେନ୍ସି: ୨୦୧୭ ପରେ ପୁଣି ଥରେ ଆଜି ଅପରାହ୍ନ ୪ଟାରେ ଉତ୍ତରପ୍ରଦେଶର ରାଜଧାନୀ ଲଖନଉସ୍ଥିତ ଇକାନା ଷ୍ଟାଡିୟମ୍ ଉତ୍ସବରେ କମ୍ପିବ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟ ନାଥ। ଯୋଗୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ ସମେତ ବିଜେପିର ବିରଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିବେ।

ଏଥି ସହିତ ବିଜେପି ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହେବେ। ଯୋଗୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ ସମାରୋହକୁ ହାଇଟେକ୍ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶପଥ ଗ୍ରହଣ ସମାରୋହରେ ରାଜନୀତି ଠାରୁ ଆରମ୍ଭ କରି ଶିଳ୍ପପତି ଓ ବଲିଉଡ କଳାକାର ମଧ୍ୟ ସାମିଲ ହେବେ। ଏହାକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏଟିଏସର କାମଣ୍ଡୋ ଟିମ୍ ମଧ୍ୟ ମୁତୟନ ହେବେ। ୫ କଂପାନୀ ପିଏସି ଓ ୩୦୦୦ ପୁଲିସ କର୍ମଚାରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁତୟନ ହେବେ।