ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦିଲ୍ଲୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ମୋଦିଙ୍କୁ ଭେଟିଛନ୍ତି ଯୋଗୀ। ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ଆସନ୍ତା ୧୯ ତାରିଖରେ ୟୁପିର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ଯୋଗୀ।

ଆଜି ପ୍ରଥମେ ଉପରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଯୋଗୀ। ୟୁପିରେ ଯୋଗୀଙ୍କ କ୍ୟାବିନେଟ୍ ୨.୦କୁ ନେଇ ମୋଦିଙ୍କ ସହ ଆଲୋଚନା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥଙ୍କ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବିଜେପି କର୍ମୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।