ନୂଆଦିଲ୍ଲୀ,ଏଜେନ୍ସି: ୟେସ୍ ବ୍ୟାଙ୍କର ହଜାର ହଜାର କୋଟି ଟଙ୍କାର ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ଜବତ କରିଛି। ଏହି ଘୋଟାଲାରେ ସଂପୃକ୍ତ ଥିବା ଦେୱାନ ହାଉସିଂ ଫାଇନାନ୍ସ(ଡିଏଚଏଫଏଲ)ର ସମ୍ପତ୍ତି ମଧ୍ୟ ଜବତ ହୋଇଥିଲା ବେଳେ ଏହିସବୁ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୬୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ରାଣାଙ୍କ ନୂଆଦିଲ୍ଲୀସ୍ଥିତ କେତେକ ଫ୍ଲାଟ ସମେତ ମୁମ୍ବାଇରେ ରହିଥିବା କେତେକ ସମ୍ପତ୍ତି ଜବତ କରାଯାଇଛି। ଯାହାର ମୂଲ୍ୟ ୧୨୦୦ କୋଟି ଟଙ୍କା ହେବବୋଲି ଇଡି ପକ୍ଷରୁ ଆକଳନ କରାଯାଇଛି। ପ୍ରାଥମିକସ୍ତରରେ ଏହିସବୁ ସମ୍ପତ୍ତି ଜବତ କରାଯାଇଥିଲା ବେଳେ ଆଗାମୀ ଦିନରେ ଅନ୍ୟାନ୍ୟ ସମ୍ପତ୍ତି ଜବତ କରିବାକୁ ଇଡି ପ୍ରସ୍ତୁତ ହେଉଥିବା ସୂଚନା ଦିଆଯାଇଛି।