ଓଡ଼ିଶା ମାନବାଧିକାର ଆୟୁକ୍ତ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନବ ଅଧିକାରର ସୁରକ୍ଷା ନିମନ୍ତେ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ଵୀକୃତି ପାଇଥିଲା। ବିଶ୍ଵର ବହୁଦେଶ ଏହି ଐତିହାସିକ ଦିବସଟିକୁ ସେବେଠାରୁ ସାରା ବିଶ୍ଵ ମାନବାଧିକାର ଦିବସ ରୂପେ ପାଳନ କରି ଆସୁଛନ୍ତି।

ବୈଶ୍ଵକ ମହାମାରୀ କୋଭିଡ୍–୧୯ ପରିପେକ୍ଷୀରେ ଆଜି ଓଡ଼ିଶା ମାନବାଧିକାର ଆୟୋଗର ସମ୍ମିଳନୀ କକ୍ଷରେ ମାନବାଧିକାର ଦିବସ ପାଳିତ ହୋଇଛି। ଓଡ଼ିଶାରେ ୨୦୦୩ ମସିହାରୁ ମାନବାଧିକାର ଆୟୋଗ କାର୍ଯ୍ୟ କରିଆସୁଛି। ଆୟୋଗ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ମାନବାଧିକାର ଉଲଂଘନ ପରି ଗୁରୁତ୍ଵପୂର୍ଣ୍ଣ ସମସ୍ୟାକୁ ସମାଧାନ ଦିଗରେ ଅତି ଦାୟିତ୍ଵର ସହ କାର୍ଯ୍ୟନିର୍ବାହ କରିଆସୁଛି। ଆୟୋଗ ମୁଖ୍ୟତଃ ନିର୍ଯାତିତା ମହିଳା, ବୟସ୍କ, ଅସମର୍ଥ, ମାନସିକ ଅନଗ୍ରସର, ହାଜତରେ ଥିବା ବ୍ୟକ୍ତିଙ୍କ ଅଭିଯୋଗ, ସାମାଜିକ ସୁଯୋଗରୁ ବଞ୍ଚିତ ଶିଶୁମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଦିଗରେ ଅଗ୍ରାଧ୍ଵକାର ଭିରିରେ ପଦକ୍ଷେପ ନେଇଆସିଛି। କ୍ରମଶଃ ଲୋକମାନେ ମାନବାଧିକାର ଉଲଂଘନ ଏକ ସାଂଘାତିକ ବ୍ୟପାର ବୋଲି ଉପଲବ୍ଧି କଲେଣି। ୨୦୨୧ ଡିସେମ୍ବର ୧ ତାରିଖ ସୁଦ୍ଧା ୨୮୯୧ ମାନବାଧିକାର ଉଲଂଘନ ପିଟିସନ୍ ଆୟୋଗରେ ଦାଖଲ ହୋଇଛି।

ଓଡ଼ିଶା ମାନବାଧିକାର ଆୟୁକ୍ତର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ବି.କେ. ପଟେଲ୍ ବିଶ୍ଵ ମାନବାôଧକାର ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଆଜିର ଏହି ଉତ୍ସବରେ ମାନ୍ୟବର ସଦସ୍ୟ ଜଷ୍ଟିସ୍ ରଘୁବୀର ଦାଶ, ମାନ୍ୟବର ସଦସ୍ୟ ଅସୀମ ଅମିତାଭ ଦାଶ, ଅତିରିକ୍ତ ଡିଜି ପୁଲିସ- ଇନ୍‌ଭେଷ୍ଟିଗେସନ୍ ପ୍ରଣବିନ୍ଦୁ ଆଚାର୍ଯ୍ୟ, ସଚିବ ସୁନୀଲ ନାୟକ, ରେଜିଷ୍ଟ୍ରାର ଦିବ୍ୟଜ୍ୟୋତି ମହାପାତ୍ର, ସହକାରୀ ରେଜିଷ୍ଟ୍ରାର ବିଶ୍ଵଜିତ୍ର ଚନ୍ଦ୍ର ବର୍ମନ, ୩୦ ଜଣ ଆଇନ ଶିକ୍ଷାନବୀଶ ଏବଂ ଆୟୁକ୍ତର ସମସ୍ତ ଉଚ୍ଚପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।