କମିଲା ଶୀତ, ୮ ଜିଲ୍ଲାରେ ସାମାନ୍ୟ କୁହୁଡି ସମ୍ଭାବନା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଶୀତ ପ୍ରକୋପ ଏବେ ହ୍ରାସ ପାଇଛି। ଆଗକୁ ଆହୁରି କମିବ। ଆସନ୍ତା ୩ ଦିନ ଭିତରେ ରାତି ତାପମାତ୍ରାରେ କିଛି ଖାସ୍ ପରିବର୍ତ୍ତନ ନ ଥିବାବେଳେ ସ୍ୱାଭାବିକ ତାପମାତ୍ରାରୁ ୨ କିମ୍ବା ୩ ଡିଗ୍ରୀ ବୃଦ୍ଧିପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମିଳିଥିବା ତଥ୍ୟ ମୂତାବକ, ଗତ ମଙ୍ଗଳବାର ରାତିରୁ ତାପମାତ୍ରା ବୃଦ୍ଧିପାଇଛି। ଆସନ୍ତା ୨ରୁ ୩ ଦିନ ସର୍ବନିମ୍ନ ତାପମାତ୍ରା ଆଉ ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିବ। ପରେ ଦୁଇଦିନ ପାଗ ଅପରିବର୍ତ୍ତିତ ରହିବ। ୯ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ। ହେଲେ ଭୁବନେଶ୍ୱର ସମେତ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ମାତ୍ର ୧ରୁ ୨ ଡିଗ୍ରୀ ବଢ଼ିପାରେ ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି।