ରପ୍ତାନୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇନି ଦେଶ, ଅଭାବୀ ରାଷ୍ଟ୍ରକୁ ଅଧିକ ପ୍ରାଥମିକତା

ନୂଆଦିଲ୍ଲୀ,ଏଜେନ୍ସି: ଗତ ୩ ମାସ ଧରି ଲାଗି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଭାରତ ଅନ୍ୟ ରାଷ୍ଟ୍ରକୁ ଗହମ ରପ୍ତାନୀ ଉପରେ ରୋକ ଲଗାଇଛି। ଏହାର ସ୍ପଷ୍ଟୀକରଣ ଦେଇ ଭାରତ କହିଛି ଯେ, “କିଛି ରାଷ୍ଟ୍ର ଉପରେ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। କାରଣ ଅଧିକ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି କେନ୍ଦ୍ର ସରକାର।”

ଖାଦ୍ୟ ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ତଥା ବିଶ୍ବ ବଜାରରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅଭାବୀ ଦେଶକୁ ଗହମ ରପ୍ତାନୀକୁ ସୁନିଶ୍ଚିତ କରିବାରେ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଆର. ରବୀନ୍ଦ୍ର । ସୋମବାର ସେ ୟୁକ୍ରେନରେ ଆୟୋଜିତ ସୁରକ୍ଷା ପରିଷଦରେ ଏହି ସୂଚନା ଦେଇଛନ୍ତି। ଗତ ମାସରେ ଘୋଷିତ ଗହମ ରପ୍ତାନୀ ନୀତି ନିଶ୍ଚିତ କରିବ ଯେ ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏହା ବି ପଢନ୍ତୁ- ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ, ବିଶ୍ବରେ ବଢ଼ିଲା ଗହମ ଦରଭାରତ ମଧ୍ୟ ଦେଶର ଆବଶ୍ୟକତା ଦୃଷ୍ଟିରେ ରଖି ଏହି ରପ୍ତାନୀ କରୁଛି। ତେବେ ଏ ନେଇ ରବୀନ୍ଦ୍ର କହିଛନ୍ତି ଯେ, “ଆମେ କିଛି ପଦକ୍ଷେପ ଘୋଷଣା କରିଥିଲୁ।

ଯେଉଁ ଦେଶ ଗୁଡ଼ିକ ନିଜର ଖାଦ୍ୟ ସୁରକ୍ଷା ଦାବି ପୂରଣ କରିବା ଆବଶ୍ୟକ କରନ୍ତି ସେହି ଦେଶଗୁଡିକୁ ଅନୁମୋଦନ ଆଧାରରେ ଗହମ ରପ୍ତାନୀ ପାଇଁ ଭାରତ ଅନୁମତି ଦେବ।” କିଛି ଗଣମାଧ୍ୟମ ଭାରତର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକକୁ ନେଇ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି। ଭାରତ ସମ୍ପୂର୍ଣ୍ଣ ଭାବରେ ଗହମ ରପ୍ତାନୀ ଉପରେ ପ୍ରତବନ୍ଧକ ଲଗାଇ ନାହିଁ। ଦେଶ ଅଭାବୀ ରାଷ୍ଟ୍ରକୁ ପ୍ରାଥମିକତା ଦେଉଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।