ପତଞ୍ଜଳୀର କରୋନା ଔଷଧ ନେଇ ଡବ୍ଲ୍ୟୁଏଚଓର ପ୍ରତିକ୍ରିୟା

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ପୁଣିଥରେ ଚର୍ଚ୍ଚାକୁ ଆସିଛି। ନିକଟରେ ପତଞ୍ଜଳୀ କରୋନା ଔଷଧ କରୋନିଲ ଲଞ୍ଚ କରିବା ସମୟରେ ଭାରତ ସରକାର ସମେତ ଡବ୍ଲ୍ୟୁଏଚଓର ସବୁଜ ସଙ୍କେତ ମିଳିଥିବା ନେଇ ବାବା ରାମଦେବ ଦାବି କରିଥିଲେ। କିନ୍ତୁ ଡବ୍ଲ୍ୟୁଏଚଓ ଏବେ ଯେଉଁ ଉତ୍ତର ଦେଇଛି ତାହା ବାବା ରାମଦେବଙ୍କୁ ନିରାଶ କରିପାରେ।

ଡବ୍ଲ୍ୟୁଏଚଓ କହିଛି ଯେ, କୋଭିଡ-୧୯ର ଚିକିତ୍ସା ପାଇଁ ଡବ୍ଲ୍ୟୁଏଚଓ କୌଣସି ପାରମ୍ପରିକ ଔଷଧର ରିଭ୍ୟୁ କରିନାହିଁ କି କୌଣସି ସାର୍ଟିଫିକେଟ ପ୍ରଦାନ କରିନାହିଁ। ଡବ୍ଲ୍ୟୁଏଚଓ ଟ୍ୱିଟ୍ ଜରିଆରେ ପତଞ୍ଜଳୀର ନାଁ ନନେଇ ଜବାବ ତଲବ କରିଛି।