ୟୁହାନ୍ ଯିବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ

ୟୁହାନ୍: ଚୀନ୍‍ର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଦେଶରେ ୨୩୬୦ରେ ପହଞ୍ଚିଛି। ସେହିଭଳି ୭୭ ହଜାର ୬୭୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚୀନର କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ୟୁହାନ୍‍ ସହର ଆଜି ଗସ୍ତ କରିବ। ଏହି ଦଳ ରୋଗ ଉତ୍ପତ୍ତିର କାରଣ ଅନୁଧ୍ୟାନ କରିବା ସହ ପ୍ରତିଷେଧକ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଚିକିତ୍ସା ବିଧି ଦେଖିବାର କାର୍ୟ୍ୟକ୍ରମ ରହିଛି। ଗତ ସୋମବାର ଏହି ୧୨ ଜଣିଆ ଦଳ ବେଜିଂରେ ପହଞ୍ଚିଥିଲେ।

ପ୍ରଥମତଃ ଦଳର ଗସ୍ତକ୍ରମକୁ ବେଜିଂ, ଗୁଆଙ୍ଗଡମ୍‍ ଏବଂ ସିଚୁଆନ୍‍ ପ୍ରଦେଶରେ ସୀମିତ ରଖାଯାଇଥିଲା। ହୁବେଇ ପ୍ରଦେଶ ଏବଂ ଏହାର ରାଜଧାନୀ ୟୁହାନ୍‍ ଗସ୍ତ ଏହି ଦଳର କାର୍ୟ୍ୟକ୍ରମରେ ସ୍ଥାନିତ ହୋଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚୀନ୍‍ ସରକାର ଏଥିରେ ପରିବର୍ତ୍ତନ କରି ୟୁହାନ୍‍ ଗସ୍ତ ନିମନ୍ତେ ଅନୁମତି ଦେଇଛନ୍ତି।