ଏଟିଏମରୁ ବ୍ୟାପୁଛି କରୋନା: ଟଙ୍କା କାଢ଼ିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ…

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସୂଚନାନୁଯାୟୀ, ଏଟିଏମ୍ ବ୍ୟବହାର କରି ୩ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ଏଟିଏମରୁ ଟଙ୍କା କାଢ଼ିବା ସମୟରେ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ତେବେ ଆସନ୍ତୁ ଜାଣିବା ଏସବୁ ଦିଗ ସମ୍ପର୍କରେ…
* ଘରୁ ବାହାରିବା ସମୟରେ ପାଖରେ ସାନିଟାଇଜର ନିଶ୍ଚୟ ରଖନ୍ତୁ। କୌଣସି ଜିନିଷକୁ ଛୁଇଁବା ମାତ୍ରକେ ତୁରନ୍ତ ହାତକୁ ସାନିଟାଇଜ କରନ୍ତୁ।
* ଯଦି କେହି ଏଟିଏମ୍ ଗୃହରେ ଅଛନ୍ତି ତେବେ ଆଦୌ ପ୍ରବେଶ କରନ୍ତୁ ନାହିଁ। ଯେପର୍ଯ୍ୟନ୍ତ ସେହି ବ୍ୟକ୍ତି ଟଙ୍କା କାଢ଼ି ବାହାରକୁ ବାହାରି ନାହାନ୍ତି ଧାଡ଼ିରେ
ଅପେକ୍ଷା କରନ୍ତୁ।
* ଟଙ୍କା କାଢ଼ିବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ ମୁହଁ ଓ ନାକକୁ ଛୁଅନ୍ତୁ ନାହିଁ। ଏଥି ସହିତ ଲୋକଙ୍କଠାରୁ ଏକ ମିଟର ଦୂରତା ରଖି ଠିଆ ହୁଅନ୍ତୁ।
* ଏଟିଏମ ଗୃହର କୌଣସି ଜିନିଷକୁ ଛୁଅନ୍ତୁ ନାହିଁ। ଯଦି ଛୁଉଁଛନ୍ତି ତେବେ ତୁରନ୍ତ ହାତକୁ ସାନିଟାଇଜରରେ ପରିଷ୍କାର କରନ୍ତୁ।
* ଧାଡ଼ିରେ ଠିଆ ହେବା ସମୟରେ ଯଦି କୌଣସି ଚିହ୍ନାଜଣା ଭେଟ ହୁଅନ୍ତି ତେବେ ହାତ ମିଳାଇବା ବଦଳରେ ଦୂରରୁ ହେଲୋ ବା ନମସ୍କାର କରନ୍ତୁ।
* ଏହି ସମୟରେ ଯଦି କାଶ ବା ଛିଙ୍କ ହୁଏ ତେବେ ମୁହଁକୁ କହୁଣୀ କିମ୍ବା ଟିସୁରେ ଢ଼ାଙ୍କନ୍ତୁ।
* ଆପଣ ବ୍ୟବହାର କରିଥିବା ଟିସୁ କିମ୍ବା ମାସ୍କକୁ ଏଟିଏମ ଡଷ୍ଟବିନରେ ଫିଙ୍ଗନ୍ତୁ ନାହିଁ କାରଣ ଏଥିରୁ ଆଉ କାହାକୁ ସଂକ୍ରମଣ ହୋଇପାରେ।