ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନରେ ମତଗଣନା ଜାରି ରହିଛି । ଏଥର ପଞ୍ଜାବ ନିର୍ବାଚନରେ ଆମ ଆଦମୀ ପାର୍ଟି ଇତିହାସ ରଚିବାକୁ ଯାଉଛି । ଏସବୁ ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।
ପରାଜୟ ପରେ ଅମରିନ୍ଦର ସିଂହ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ବିନମ୍ରତା ସହ ଜନତାଙ୍କ ଫଇସଲାକୁ ସ୍ୱୀକାର କରିଛି । ପଞ୍ଜାବୀମାନେ ସାମ୍ପ୍ରଦାୟିକ ଓ ଜାତିଗତ ଦିଗରୁ ଉପରକୁ ଉଠି ମତଦାନ କରି ପଞ୍ଜାବୀଙ୍କ ବାସ୍ତବ ଭାବନାକୁ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନର ୧୧୭ ସିଟର ଫଇସଲା ସାମ୍ନାକୁ ଆସିଛି । ଫଳାଫଳ ସାମ୍ନାକୁ ଆସିବା ପରେ ଚାରିଆଡ଼େ ଉତ୍ସବମୁଖର ହୋଇଉଠିଛି ।