ନୂଆଦିଲ୍ଲୀ: ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ବିସ୍ତାରା ବିମାନରେ ତ୍ରୁଟି ଯୋଗୁ ସିଙ୍ଗଲ ଇଞ୍ଜିନରେ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରାଯାଇଛି । ପୋଷ୍ଟ ରନୱେ ବେକେଶନ ଇଞ୍ଜିନ ୨କୁ ସିଙ୍ଗଲ ଇଞ୍ଜିନ ଟ୍ୟାକ୍ସିଂ ପାଇଁ ବନ୍ଦ କରାଯାଇଥିଲା । ପରେ ଏଟିସିକୁ ସୂଚିତ କରାଯାଇ ବିମାନକୁ ଅବତରଣ କରାଯାଇଥିଲା । ଏନେଇ ଡିଜିସିଏକୁ ମଧ୍ୟ ସୂଚନା ଦିଆଯାଇଥିଲା ।
ସୂଚନାଯୋଗ୍ୟ, ବ୍ୟାଙ୍କକ-ଦିଲ୍ଲୀ ୟୁକେ-୧୨୨ ବିମାନର ଗୋଟିଏ ଇଞ୍ଜିନ ଖରାପ ହେବା ଯୋଗୁ ସିଙ୍ଗଲ ଇଞ୍ଜିନରେ ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡ କରିବାକୁ ପଡ଼ିଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ରନୱେର ଆଗକୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଟ୍ରକର ଉପଯୋଗ କରାଯାଇଥିଲା ।