୧୯୬ଟି ରାଷ୍ଟ୍ରକୁ ବ୍ୟାପିଲା କରୋନା ଭୂତାଣୁ: ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଲା

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ କରୋନାର ବିଭୀଷିକା। ପୂରା ବିଶ୍ୱ ଏବେ କରୋନା କବଳରେ। ବର୍ତ୍ତମାନ ସୁଦ୍ଧା ଏହା ୧୯୬ଟି ରାଷ୍ଟ୍ରକୁ ଗ୍ରାସ କରିସାରିଛି। ଏ ନେଇ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ି ୧୮ ହଜାର ଟପି ଯାଇଛି। ସେହିପରି ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ସଂକ୍ରମଣରେ ଆସିଥିବା ବେଳେ ୧ ଲକ୍ଷ ୮ ହଜାର ଲୋକ ସୁସ୍ଥହୋଇ ପାରିଛନ୍ତି।

ତେବେ ଇଟାଲୀରେ କରୋନାରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦିନରେ ୭୪୩ ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲିରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୬ହଜାର ୮୨୦ରେ ପହଞ୍ଚିଛି। ସେହିପରି ଚୀନରେ ମୃତ୍ୟୁସଂଖ୍ୟା ୩ ହଜାର ୨୭୭ରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୬୮୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୯୦୦ ଟପିଛି। ଇରାନରେ କରୋନା ମୃତ୍ୟୁସଂଖ୍ୟା ୧ହଜାର ୯୩୪, ଆମେରିକାରେ ୭୭୫ ଓ ଫ୍ରାନ୍ସରେ ୧୧୦୦ ଟପିଛି ମୃତ୍ୟୁସଂଖ୍ୟା । ଏବେ ସାରା ପୃଥିବୀ କରୋନା ସହ ଲଢୁଛି। ପୂରା ଶୂନଶାନ ହୋଇ ପଡିଛି ସାରା ବିଶ୍ୱ।