ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ଭର୍ଚୁଆଲରେ ୪୦ ଜିଲ୍ଲାର ଅଧିକାରୀଙ୍କ ସହ କଥା ହେବେ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ଟିକାକରଣ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିବେ। ମଧ୍ୟାହ୍ନରେ ବସିବ ଏହି ବୈଠକ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ୪୦ଟି ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଆଲୋଚନା କରିବେ। ଯେଉଁଠାରେ କରୋନା ଟିକାକରଣର ଗତି ମନ୍ଥର ହୋଇଛି। ସେନେଇ ସମୀକ୍ଷା କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବୁଧବାର ଦିନ ଝାଡଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ ରାଜ୍ୟରେ ଟିକାକରଣ କମ ଥିବା ଜିଲ୍ଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ପ୍ରଧାନମନ୍ତ୍ରୀ ଯୋଗାଯୋଗ କରିବେ। ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର କରୋନା ଟିକାକରଣ ୧୦୭ କୋଟି ଅତିକ୍ରମ କରିଛି। ସେଥିରୁ ୩୩ କୋଟି ଲୋକ ଉଭୟ ଡୋଜ କୋଭିଡ ଟିକା ନେଇସାରିଛନ୍ତି।