ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୫ଟି ସ୍ଥାନରେ ଚଢଉ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନର ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଅଫିସ, ଭୁବନେଶ୍ୱର ୟୁନିଟ-୬ ଗଙ୍ଗନଗରସ୍ଥିତ ୩ ମହଲା ଘର, ଗଞ୍ଜାମ ବଡଗଡସ୍ଥିତ ପୈତୃକ ଘର, ଗଞ୍ଜାମ ସୋରଡାସ୍ଥିତ ଶ୍ୱଶୁର ଘର, ଗଞ୍ଜାମ ଗାନ୍ଧିନଗରସ୍ଥିତ ଘରେ ଚଢଉ ଜାରି ରହିଛି।