ପୁରୀ,ଏନ୍ଏନ୍ଏସ୍: ଓଡ଼ିଆ ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ଗାଁ ଶ୍ମଶାନରେ ଶେଷ ହୋଇଛି । ସାନ ଭାଇ ଦେବାଶିଷଙ୍କୁ ମୁଖାଗ୍ନି ଦେଇଛନ୍ତି । ସେନା ବାହିନୀ ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନ ବନ୍ଦରରେ ଦେବାଶିଷ ବିଶ୍ୱାଳଙ୍କ ପ୍ରାର୍ଥୀବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ସହ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ସମୟରେ ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ରହିଥିଲେ । ସେଠାରେ ବିରାଟ ଶୋଭାଯାତ୍ରା ମାଧ୍ୟମରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକସ୍ଥିତ ଜନ୍ମଭୂମି ଖଣ୍ଡାୟତ ସାହିରେ ପ୍ରାର୍ଥୀବ ଶରୀର ପହଞ୍ଚିଥିଲା । ଏହି ସମୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ‘ଦେବାଶିଷ ଅମର ରହେ’ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।