ଓଡିଶାର ୧୫ ଖଣି ଓ ୧୬ ଲଘୁ ଖଣିଜ ବ୍ଲକର ହେବ ନିଲାମ: ଖଣିମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଖୁବଶୀଘ୍ର ଓଡିଶାର ୧୫ ଟି ପ୍ରମୁଖ ଖଣି ଏବଂ ୧୬ ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୪୯୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି। ଓଡିଶା ୧ ନଂ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛି ରାଜ୍ୟ। ଏନେଇ ଆଜି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଖଣି ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୧୫ ରେ ଖଣି ନୀତିରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭନ୍ବିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସୁଦ୍ଧା ୨୨ ଟି ଖଣିର ଲିଜ ଅବଧି ଶେଷ ହୋଇଥିବାବେଳେ ୩୭ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ୫-ଞ ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ ସ୩ଗଝ ବ୍ୟବସ୍ଥା କରାଯାଇଛି। ଆଗକୁ ଆଉ ୧୫ ଟି ପ୍ରମୁଖ ଖଣି ଏବଂ ୧୬ ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ। ଚଳିତବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ ୧୦୭.୫୪୬ ମିଲିୟନ ଟନ ହୋଇଛି। ପରିବହନ ହୋଇଛି ୧୦୦.୬୧୨ ମିଲିୟନ ଟନ।

ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର ୫୦ ପ୍ରତିଶତ କେବଳ ଓଡିଶା ପୂରଣ କରୁଛି। ୨୦୨୦-୨୧ ରେ ୧୩୭୯୧ କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ ୨୧-୨୨ ରେ ୪୯୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧୮୮୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି। ଯାହାକି ବିଗତ ବର୍ଷ ତୁଳନାରେ ୨୧.୭୮ ପ୍ରତିଶତ ଅଧିକ।