ଉତ୍ତରପ୍ରଦେଶରେ ୫ ବର୍ଷ ବଢ଼ିବ ଡାକ୍ତରଙ୍କ ଅବସର ବୟସସୀମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଙ୍କ ଅବସର ବୟସସୀମା ୫ ବର୍ଷ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି। କିନ୍ତୁ ଆଦିତ୍ୟନାଥଙ୍କ ଏହି ଫଇସଲା ପରେ ଡାକ୍ତର ମହଲରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଗୋଟିଏ ବର୍ଗ ଏହାକୁ ନେଇ ଉତ୍ସାହିତ ଥିବାବେଳେ ଅନ୍ୟ ଏକ ବର୍ଗ ବିରୋଧ କରୁଛି।

ଡାକ୍ତରଙ୍କ ଅବସର ବୟସସୀମା ୬୫ ଥିଲା। କିନ୍ତୁ ଆଦିତ୍ୟନାଥ ଏବେ ଏହାକୁ ଆଉ ୫ ବର୍ଷ ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି। କରୋନା କାଳରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଡାକ୍ତରଙ୍କ ଅବସର ବୟସସୀମା ବଢ଼ିବା ଫଳରେ ତାଙ୍କ ଅଭିଜ୍ଞତାକୁ ଅଧିକରୁ ଅଧିକ ଉପଯୋଗ କରାଯାଇପାରିବ ବୋଲି ଜଣାପଡ଼ିଛି।