ମାଟି ଖୋଳିବା ବେଳେ ପାଇଲେ ଜୀବନ୍ତ ଶିଶୁ କନ୍ୟା

ବରେଳି,ଏଜେନ୍ସି: ଉତ୍ତରପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଟିତଳୁ ବାହାରିଲା ଜୀବନ୍ତ ଶିଶୁ କନ୍ୟା। ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ବ୍ୟବସାୟୀ ହିତେଶ କୁମାର ଶିରୋହୀଙ୍କ ପତ୍ନୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ତେବେ ଜନ୍ମର କିଛି ସମୟ ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ପରେ ହିତେଶ ଶିଶୁ କନ୍ୟାକୁ ସଂସ୍କାର କରିବାକୁ ଶ୍ମଶାନକୁ ନେଇଥିଲେ। ସେଠାରେ ୩ ଫୁଟ ମାଟି ଖୋଳିବା ପରେ ଏକ ମାଟି ପାତ୍ରରେ ଶିଶୁ କନ୍ୟା ଥିବା ସେ ଦେଖିଥିଲେ। ତେବେ ଶିଶୁଟି ବଞ୍ଚିଥିବା ଜାଣିପାରି ତାକୁ ସେଠାରୁ କାଢ଼ି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଆଣିଥିଲେ। ବର୍ତ୍ତମାନ ଶିଶୁ କନ୍ୟାଟିର ଚିକିତ୍ସା ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ଅଭିଭାବକଙ୍କ ତଦନ୍ତ ଆରମ୍ଭ କରିଛି।