ଏଡୁସ୍କିଲ୍ସ୍ ଫାଉଣ୍ଡେସନ୍ ସହିତ ଚୁକ୍ତି ସ୍ୱାକ୍ଷର କଲା ୟୁଏସ୍‌ବିଏମ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୟୁନାଇଟେଡ୍ ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ(ୟୁଏସ୍‌ବିଏମ୍‌) ଆଜି ଭାରତର ଜଣାଶୁଣା ଅନଲାଇନ ତାଲିମ ପ୍ରଦାନ ସଂସ୍ଥା ଏଡୁସ୍କିଲ୍ସ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି। ଶିଳ୍ପ କେନ୍ଦ୍ରରେ ଉତ୍କର୍ଷତା ପାଇଁ ଏହି ଚୁକ୍ତି ହୋଇଛି।

ଏହି କାର୍ଯ୍ୟକ୍ରମରେ ୟୁଏସ୍‌ବିଏମ୍‌ର ନିର୍ଦ୍ଦେଶକ ଶ୍ରୀ ସୌମ୍ୟକାନ୍ତ ବଳବନ୍ତରାୟ, ୟୁଏସ୍‌ବିଏମ୍‌ର ପ୍ରିନ୍ସିପାଲ୍ ଡ. ସଞ୍ଜିବ କୁମାର ଦାସ, ଏଡୁସ୍କିଲ୍ସ୍‌ର ସଇଓ ଏବଂ ସହ ପ୍ରତିଷ୍ଠାତା ଶ୍ରୀ ଶୁଭଜିତ୍ ଜଗଦେବ ଏବଂ ଏଡୁସ୍କିଲ୍ସ୍‌ର ଅପରେସନ୍ ମୁଖ୍ୟ ଶ୍ରୀ ବିବେକ ପରମାଣିକ ମୁଖ୍ୟ ଅତିଥି ଭାବେ ଆନୁଗ୍ରହ କରିଥିଲେ।

ଏହି ଏମଓୟୁ ଛାତ୍ରଛାତ୍ରୀଙ୍କ ଆଗାମୀ ଜୀବନ ପଥରେ ବଡିଂ ମ୍ୟାନେଜର ଏବଂ ଟେକ୍ନୋକ୍ରାଟଙ୍କ ପାଇଁ ସ୍କିଲିଂ ଏବଂ ଅପସ୍କିଲିଂ ପାଠ୍ୟକ୍ରମକୁ ସୁଗମ ତଥା ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସମୀର କୁମାର ପାତ୍ରୋ, ପ୍ରଫେସର ରଶ୍ମିତା ମିଶ୍ର ଓ ପ୍ରଫେସର ସଂଗ୍ରାମକେଶରୀ ଦାଶ ପରିଚାଳନା କରିଥିଲେ।