ଭାଲେନଟାଇନ୍ ଡେ’ରେ ଆମ ଟିଭି ମ୍ୟୁଜିକର ଉପହାର: ରିଲିଜ କଲା ୨ଟି ମ୍ୟୁଜିକ ଭିଡିଓ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭାଲେଣ୍ଟାଇନ୍ ଡେ’ରେ ଆମ ଟିଭି ମ୍ୟୁଜିକ ରିଲିଜ କରିଛି ୨ଟି ମ୍ୟୁଜିକ୍ ଭିଡିଓ। “ଛାଁ ଙ୍କୁ ଛାଁ ଓ ସାଥିରେ” ଗୀତ ରିଲିଜ ହୋଇଛି। ଏହି ରିଲିଜ ସମୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରୋଟାରିୟନ ପ୍ରସନ୍ନ ଚୌଧୁରୀ, ପ୍ରଣୟ ଜେଠୀ, ଏସ୍‌କେ ରାଜୁ, ତେଜେସ୍ବର ରାଓ, ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତ୍ରୀ ମାମୁନ୍ ଉପସ୍ଥିତ ରହି ପ୍ରଦୀପ ପ୍ରଜୋଳନ କରିଥିଲେ।

ଏହାସହ ନିଜେ ନିଜର ବକ୍ତବ୍ୟ ରଖିବା ସହ ଆଗକୁ କେମିତି ଆମ ଟିଭି ମ୍ୟୁଜିକ୍‌ ଦର୍ଶକମାନଙ୍କୁ ବିଭିନ୍ନ ପ୍ରକାର ମନୋରଞ୍ଜନ ଯୋଗାଇଦେବ ନିର୍ଦ୍ଦେଶକ ବାବୁ ବାବୁ ଓ ପ୍ରଣୟ ଜେଠୀ କହିଥିଲେ। ଏଥିସହ ’ଛାଁ ଙ୍କୁ ଛାଁ ଓ ସାଥିରେ’ ଗୀତଟିରେ ପ୍ରେମାନନ୍ଦ ମ୍ୟୁଜିକ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ।

ଏଥିସହ ଆମ ଟିଭି ମୁଭିଜ୍‌ର ଆଉ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ୍ ହୋଇଛି “ଜହ୍ନ ଗୋଟେ ମିଠା ବିସ୍କୁଟ”। ସୁନାମଧନ୍ୟ ଲେଖକ ଦେବଦାସ ଛୋଟରାୟଙ୍କ ରଚିତ ଓ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ମ୍ୟୁଜିକ ଭିଡିଓ ରେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ। ଅଭିନୟ କରୁଛନ୍ତି ଅଭିନେତା ଅଭିଷେକ ଓ ଅଭିନେତ୍ରୀ ଜସ୍ମୀନ୍। ନିର୍ଦ୍ଦେଶନା ଦେଇଛନ୍ତି ଚକ୍ଷୁ ବନ୍ଧନ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରିଛନ୍ତି ପ୍ରଣୟ ଜେଠୀ। ଗୋଟିଏ ଦିନରେ ଦୁଇ ଦୁଇଟି ଗୀତ ରିଲିଜ୍ କରିଛି ଆମ ଟିଭି ମ୍ୟୁଜିକ୍‌।