ୱାସିଂଟନ୍,ଏଜେନ୍ସି: ସାରା ବିଶ୍ୱରେ କରୋନା ଭୂତାଣୁ କାୟା ମେଲାଇଛି। ଏହି ମଧ୍ୟରେ ଟିକାହିଁ ମୁକାବିଲାର ଏକମାତ୍ର ବାଟ ରହିଛି। ଏନେଇ ଆଜି ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନର (ଏଫଡିଏ) ପକ୍ଷରୁ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି। ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ ଆମେରିକାର ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇଛି।
ଆମେରିକା ଏଫଡିଏର ୧୭ ଜଣ ବିଶେଷଜ୍ଞ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଥିବା ବେଳେ ୪ ଜଣ ଏହାର ବିରୋଧ କରିଥିଲେ। ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ବ୍ରିଟେନ, କାନାଡା, ବାହାରିନ, ସାଉଦିଆରବ ପକ୍ଷରୁ ଫାଇଜର ଟିକାର ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବିଶ୍ୱର ପ୍ରଥମ ଟିକା ଭାବରେ ଫାଇଜର ପକ୍ଷରୁ ବଡ଼ ଧରଣର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଇଛି।