ନାଟୋ ଉପରେ ବର୍ଷିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବୋଲୋଦୀମିର ଜେଲେନସ୍କୀଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜେଲେନସ୍କୀ ୟୁକ୍ରେନ ଉପରେ ନୋ-ଫ୍ଲାଏ ଜୋନ୍ ଲାଗୁ କରିନଥିବାରୁ ନାଟୋ ଉପରେ ବର୍ଷିଛନ୍ତି । ଏହା ଦୁର୍ବଳତାର ସଙ୍କେତ ବୋଲି ଜେଲେନସ୍କୀ କହିଛନ୍ତି । ନାଟୋର କିଣିବା ପ୍ରକ୍ରିୟା ଯୋଗୁ ୟୁକ୍ରେନକୁ ବର୍ତ୍ତମାନ ସୁଦ୍ଧା ମାତ୍ର ୫୦ ଟନ୍ ଡିଜେଲର ସହାୟତା ମିଳିପାରିଛି । ଯୁଦ୍ଧ ଯୋଗୁ ଅନ୍ୟ ଦେଶରେ ଶରଣ ନେଇଥିବା ନିଜ ଦେଶ ନାଗରିକଙ୍କୁ ଯଥାଶୀଘ୍ର ସ୍ୱଦେଶ ଫେରାଇ ଆଣିପାରିବେ ବୋଲି ଜେଲେନସ୍କୀ ଆଶାବ୍ୟକ୍ତ କରିଛନ୍ତି । ଏଥିସହିତ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ୧୦ ହଜାର ଋଷୀୟ ସୈନିକଙ୍କୁ ନିହତ କରିଥିବା ଜେଲେନସ୍କୀ ଦାବି କରିଛନ୍ତି ।

ରାଷ୍ଟ୍ରପତି ବୋଲୋଦୀମିର ଜେଲେନସ୍କୀ ଆହୁରି କହିଛନ୍ତି ଯେ, ସେ ଫ୍ରାନ୍ସ ଓ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହ କଥା ହୋଇ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଯୁଦ୍ଧ ପରେ ୟୁକ୍ରେନବାସୀ କିପରି ରହିବେ ସେନେଇ ମଧ୍ୟ ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫ ଅଧ୍ୟକ୍ଷଙ୍କ ସହ କଥା ହୋଇଛନ୍ତି ।