Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି

କିଭ୍,ଏଜେନ୍ସି: ଦୁର୍ଘଟଣାର ଶିକାର ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ଆଜି ସକାଳେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । କିଭ୍‌ରେ ଏକ ଯାତ୍ରୀବାହୀ କାର୍ ରାଷ୍ଟ୍ରପତିଙ୍କୁ କାର୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜେଲେନସ୍କି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ତାଙ୍କର ମୁଖପାତ୍ର ମର୍ଗେଇ ନିକିଫୋରଭଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୟୁକ୍ରେନର ସ୍ଥାନୀୟ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇଛି ।

ଜେଲେନସ୍କିଙ୍କ ମୁଖପାତ୍ର ଏକ ଫେସବୁକ ପୋଷ୍ଟ ଜରିଆରେ କହିଛନ୍ତି ଯେ, ଜେଲେନସ୍କି ଖାରକିଭ୍‌ର ଇଜିୟମ ସହରରୁ କିଭ୍ ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ମୋଟରକେଡ୍ ସହ ଅନ୍ୟ ଏକ ଗାଡି ଧକ୍କା ହୋଇଛି । ଦୁର୍ଘଟଣା ପରେ ଡାକ୍ତର ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ତେବେ ସେ ଗୁରୁତର ନଥିବା ଜଣାପଡିଛି । ହେଲେ ଏହି ଦୁର୍ଘଟଣାରେ ଯାତ୍ରାବାହୀ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଜେଲେନସ୍କିଙ୍କ ସହ ଥିବା ଡାକ୍ତର ଚାଳକଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ କିଭ୍ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମାସ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଦୁଇ ପକ୍ଷର ହଜାର ହଜାର ସୈନ ମୃତାହତ ହୋଇଥିବା ବେଳେ ଯୁଦ୍ଧରେ କିନ୍ତୁ ବିରାମ ଲାଗୁନି । ୟୁକ୍ରେନ ସେନା ସାହାସିକତାର ସହ ଋଷ ସେନାର ମୁକାବିଲା କରିଛନ୍ତି । ବର୍ତ୍ତମାନ ୟୁକ୍ରେନର ଅନେକ ଅଞ୍ଚଳ ଋଷ ଅଧିନରେ ରହିଛି । ଖାର୍‌କିଭର ଇଜିୟମ ମଧ୍ୟ ଋଷ୍ ସେନାଙ୍କ ଅକ୍ତିଆରରେ ଥିଲା । ହେଲେ ୟୁକ୍ରେନ ସେନା ଋଷ ସେନାର ମୁକାବିଲା କରି ଏହି ଅଞ୍ଚଳକୁ ମୁକ୍ତ କରିଛନ୍ତି ଏହା ୟୁକ୍ରେନ ସେନାଙ୍କ ପାଇଁ ବଡ ବିଜୟ ବୋଲି ରାଷ୍ଟ୍ରପତି ତାଙ୍କର ଭିଡିଓ ସମ୍ବୋଧନରେ କହିଛନ୍ତି । ଋଷ ଅକ୍ତିଆରରୁ ଇଜିୟମ ମୁକ୍ତ ହେବା ପରେ ଜେଲେନସ୍କି ସେଠାକୁ ପରିଦର୍ଶନ ପାଇଁ ଯାଇଥିଲେ । ରାଜଧାନୀ ଫେରୁଥିବା ସମୟରେ ତାଙ୍କ କାର୍ ଅନ୍ୟ ଏକ କାର୍ ସହ ଧକ୍କା ହୋଇଛି ।