ମଶାଲ ଧରି ମହାରାଷ୍ଟ୍ର ମଇଦାନରେ ଲଢିବେ ଉଦ୍ଧବ ଠାକରେ

ମୁମ୍ବାଇ,ଏଜେନ୍ସି: ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ମିଳିଲା ମଶାଲ ଚିହ୍ନ । ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି ।

ସେପଟେ ଏକନାଥ ସିନ୍ଧେ ଗୋଷ୍ଠୀଙ୍କୁ ବାଲା ସାହେବଚି ଶିବସେନା ନାଁରେ ସନ୍ତୁଷ୍ଟ ହେବାକୁ ପଡିଛି । କିନ୍ତୁ ଦଳୀୟ ଚିହ୍ନରେ ଏଯାଏଁ ମୋହର ମାରି ନାହାନ୍ତି ନିର୍ବାଚନ ଆୟୋଗ । ଦଳୀୟ ଚିହ୍ନ ପାଇଁ ସିନ୍ଧେ ଗୋଷ୍ଠୀକୁ ୩ ଟି ବିକଳ୍ପ ମଗାଯାଇଛି ।

ସୋମବାର ଉଦ୍ଧବ ଠାକରେଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାଚିକା ଆଧାରରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିଙ୍କୁ ବିରୋଧ କରାଯାଇଥିଲା । ଯେଉଁଠାରେ ଶିବସେନାର ଦଳୀୟ ଚିହ୍ନକୁ ଫ୍ରିଜ କରିଦିଆଯାଇଛି ।