ମୁମ୍ବାଇ,ଏଜେନ୍ସି: ଆସନ୍ତାକାଲି ହେବାକୁ ଥିବା ଆସ୍ଥାଭୋଟ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଇସ୍ତଫା ଘୋଷଣା କରିଛନ୍ତି। ତାଙ୍କୁ ସମର୍ଥନ ଦେବା ପାଇଁ ସେ କଂଗ୍ରେସ ଓ ଏନସିପିକୁ ଧନ୍ୟବାଦ ଦେଇଥିଲେ।
ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥାଭୋଟ ଆୟୋଜନା କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଶିବସେନା ସୁପ୍ରିମକୋର୍ଟ ଯାଇଥିଲେ ବି ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲା ସୁପ୍ରିମକୋର୍ଟ।