ଗୁଳିମାଡରେ ୨ ଗୁରୁତର

ସୁନ୍ଦରଗଡ଼, ଏନ୍ଏନ୍ଏସ୍: ସୁନ୍ଦରଗଡ ଜିଲ୍ଲା ଗଡ଼ ଗାଁ ବସଷ୍ଟାଣ୍ଡ ନିଟକରେ ଦୁର୍ବୃତ୍ତଙ୍କ ଗୁଳିମାଡ। ସୁନା ବ୍ୟବସାୟୀଙ୍କ ପୁଅକୁ ଗୁଳିମାଡ ହୋଇଛି । ତାଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଡିଛି। ଏକ ବାଇକରେ ତିନିଜଣ ଆସି ଗୁଳିମାଡ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଆସି ଆନ୍ୟ ଜଣେ ମଧ୍ୟ ଗୁଳିର ଶିକାର ହୋଇଛନ୍ତି । ଉଭୟଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ବନ୍ଧୁକ ଜବତ ହୋଇଥିବାବେଳେ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।