ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ଦୂତବାସର ୨ ଭାରତୀୟ କର୍ମଚାରୀ ନିଖୋଜ ହେବାର ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ କର୍ମଚାରୀ ଦୁଇ ଘଣ୍ଟାରୁ ନିଖୋଜ ଥିବାବେଳେ ଖୋଜାଖୋଜି ଜାରି ରହିଛି।
ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ସିଆଇଏସଏଫର ଏହି ଦୁଇ କର୍ମଚାରୀ ସକାଳ ୮ଟାରେ କାର୍ଯ୍ୟରେ ବାହାରକୁ ଯାଇଥିଲେ ମଧ୍ୟ ଗନ୍ତବ୍ୟସ୍ଥଳୀରେ ପହଞ୍ôଚନଥିଲେ। ଦୁହିଁଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରୁ ନଥିବାରୁ ଅପହରଣ ହୋଇଥିବା ଆଶଙ୍କା କରାଯାଉଛି। ଏଥିସହିତ ସେମାନଙ୍କ ନିଖୋଜ ହେବା ସମ୍ପର୍କରେ ପାକିସ୍ତାନ ସରକାରଙ୍କୁ ଜଣାଇ ଦିଆଯାଇଛି।
ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ଦୂତବାସର ଦୁଇ ଅଧିକାରୀ ଭାରତରେ ଗୁଇନ୍ଦାଗିରି କରୁଥିବା ସମୟରେ ଦିଲ୍ଲୀରେ ଧରା ପଡ଼ିଥିଲେ। ପରେ ତାଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା। ସେବେଠୁ ପାକିସ୍ତାନ ଲଗାତାର ଭାବେ ପାକିସ୍ତାନରେ ଥିବା ଭାରତୀୟ ଅଧିକାରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି।