ହାଇଦ୍ରାବାଦ,ଏଜେନ୍ସି: ହାଇଦ୍ରାବାଦରେ ସୋମବାର ପୂର୍ବାହ୍ଣରେ ଦୁଇଟି ଟ୍ରେନ୍ ମୁହାମୁହିିଁ ଧକ୍କା ହୋଇଥିବା ବେଳେ ଏଥିରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଲାଙ୍ଗମପଲ୍ଲୀ-ଫାଲକାନମା ଟ୍ରେନର ୩ଟି ବଗି ଓ କୁର୍ଣ୍ଣଲ ସିଟି- ସିକନ୍ଦରାବାଦ ହଣ୍ଡେରୀ ଏକ୍ସପ୍ରେସର ୪ଟି ବଗି ଲାଇନଚ୍ୟୁତ ହେଶଇଯାଇଛି।
ଘଟଣାସ୍ଥଳରେ ଆରପିଏଫ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ତେବେ ଏହି ପରିପ୍ରେକ୍ଷୀର କୈଣସି ଜୀବନ ହାନୀ ହୋଇନଥିବା ଜଣାପଡ଼ି ନାହିିଁ। ତେବେ ଗୋଟିଏ ଟ୍ରାକରେ ଏକକାଳୀନ କିପରି ଦୁଇଟି ଟ୍ରେନ ଆସିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳ କର୍ମଚାରୀଙ୍କ ତ୍ରୁଟି ଏବଂ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।