ଜାନୁଆରୀ ୬ ପର୍ଯ୍ୟନ୍ତ କରିପାରିବେ ଏନଇଇଟିର ପଞ୍ଜିକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୩ ମଇକୁ ଆୟୋଜିତ ହେବାକୁଥିବା ନେସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ଇଇଟି) ୟୁଜି ପରୀକ୍ଷାର ପଞ୍ଜିକରର ଅବଧିକୁ ଆସନ୍ତା ଜାନୁଆରୀ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଆୟୋଜନ ବିଭାଗର ସୂଚନା ଅନୁସାରେ ନେସନାଲ ଟେଷ୍ଟଂ ଏଜେନ୍ସି (ଏନଟିଏ) ପକ୍ଷରୁ ୱେବସାଇଟରେ ବହୁତ ଟ୍ରାଫିକ ହେଉଥିବାରୁ ଏହାକୁ ଅନେକ ଯୋଗ୍ୟ ପିଲା ଆବେଦନ କରିପାରି ନାହାନ୍ତି, ଫଳରେ ଏହାର ଅବଧିକୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି।

ପରିବର୍ତ୍ତନ ଅନୁସୂଚୀ:
ଅନଲାଇନ ଆବେଦନର ଶେଷ ତାରିଖ: ଜାନୁଆରୀ ୬(ଦିନ ୧୧ଟା ୫୦)
ପେମେଣ୍ଟର ଶେଷ ତାରିଖ: ଜାନୁଆରୀ ୭ (ଦିନ ୧୧ଟା ୫୦)
ଆଡମିଟ କାର୍ଡ ପ୍ରକାଶ ତାରିଖ: ମାର୍ଚ୍ଚ ୨୭
ପରୀକ୍ଷା ତାରିଖ: ମେ’ ୩
ପରୀକ୍ଷା ଫଳ ପ୍ରକଶ ତାରିଖ: ଜୁନ୍ ୪

ସେହିପରି ଯଦି ଆବେଦନକାରୀଙ୍କୁ କୌଣସି ସମସ୍ୟା ହୁଏ ତେବେ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ, ଏନଟିଏ ହେଲ୍ପଡେକ୍ସ- ୦୧୨୦-୬୮୯୫୨୦୦।
ସେହିପରି ଆବେଦନ କରିବା ପାଇଁ https://ntaneet.nic.in ରେ ଲଗଇନ କରନ୍ତୁ।