ନୂଆଦିଲ୍ଲୀ,ଏଜେନ୍ସି: ମଧ୍ୟପ୍ରଦେଶର ସିଙ୍ଗରୌଲୀରେ ଦୁଇଟି ମାଲବାହୀ ଟ୍ରେନ୍ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବୈଧାନ ଥାନାର ରିହନ୍ଦ ନଗରରୁ ଏକ ମାଲବାହୀ ଟ୍ରେନ୍ କୋଇଲା ନେଇ ଯାଉଥିବା ବେଳେ ସାମ୍ନା ପଟୁ ଅନ୍ୟ ଏକ ଖାଲି ମାଲବାହୀ ଟ୍ରେନ୍ ଫେରୁଥିଲା। ଉଭୟ ଗାଡି ଦ୍ରୁତ ଗତିରେ ଥିବାରୁ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
