କଶ୍ମୀରରେ ଦୁଇ ଦିନ ପାଇଁ କର୍ଫ୍ୟୁ ଜାରି

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରଥମ ବାର୍ଷିକୀ ଅଗଷ୍ଟ ୫ରେ ପାଳନ କରାଯିବାକୁ ଥିବାରୁ ବିଛିନ୍ନତାବାଦୀ ତଥା ପାକିସ୍ତାନ ପ୍ରାୟୋଜିତ କେତେକ ଗୋଷ୍ଠୀ ଏହି ଦିନକୁ କଳାଦିବସ ଭାବେ ପାଳନ କରିବାକୁ ଯୋଜନା କରୁଥିବାରୁ ପ୍ରଶାସନ ପକ୍ଷରୁ ଉପତ୍ୟକାରେ ଦୁଇଦିନ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଗତ ସୋମବାର ଶ୍ରୀନଗରରେ ଅନୁଷ୍ଠିତ ସୁରକ୍ଷା କୋର ଗ୍ରୁପର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ସେନାର ଶ୍ରୀନଗର ହେଡକ୍ୱାର୍ଟରର ଜିଓସି ଲେଫ୍ଟନାଣ୍ଟ ଜେନେରାଲ ବି ଏସ୍ ରାଜୁ ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଏହି ସମୟରେ ବିକ୍ଷୋଭ ପ୍ରଦର୍ଶନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇ ସନ୍ଦେହଜନକ ଗତିବିଧି ପ୍ରତି ସତର୍କଦୃଷ୍ଟି ରଖାଯାଇଥିବା ଜଣାପଡିଛି।