ପଦ ଛାଡ଼ିଲେ ଟୁଇଟର୍ ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ମହିମା କାଉଲ୍

ନୂଆଦିଲ୍ଲୀ,ଏଜେନ୍ସି: ପଦ ଛାଡ଼ିଲେ ଟୁଇଟର୍ ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ମହିମା କାଉଲ୍। ଭାରତ ଓ ଦକ୍ଷିଣ ଏସିଆ ପାଇଁ ଟୁଇଟରର ପବ୍ଲିକ ପଲିସି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମହିମା କାଉଲ୍। ସେ ଜାନୁଆରୀରୁ କମ୍ପାନୀକୁ ଇସ୍ତଫା ପତ୍ର ଦେଇଥିବା ଏବଂ ଆସନ୍ତା ମାର୍ଚ୍ଚ ମାସରୁ ପଦ ଛାଡ଼ୁଥିବା ଟୁଇଟର୍ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୫ ବର୍ଷ ଧରି ମହିମା ଏହି ପଦରେ ଥିଲେ। ତେବେ କିଛି ଦିନ ତଳେ ଟୁଇଟରକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହୋଇଥିବା ବେଳେ, ଏବେ ମହିମାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି।