୨୦ ବର୍ଷ ପରେ ପ୍ରଶଂସକଙ୍କୁ ଜବାବ ଦେଲେ ଅକ୍ଷୟ

ନୂଆଦିଲ୍ଲୀ,ଏଜେନ୍ସି:  ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କର ଜଣେ ପ୍ରଶଂସକ ନିକଟରେ ଅକ୍ଷୟଙ୍କଠାରୁ ଜବାବ ପାଇଛନ୍ତି, ତାହା ପୁଣି ତାଙ୍କର ଜନ୍ମଦିନରେ।  ଶୁଭେଚ୍ଛା ପାଇବା ପରେ ଏହି ପ୍ରଶଂସକଙ୍କର ଖୁସି କହିଲେ ନ ସରେ। ହେଲେ ଏଥିପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା ୨୦ ବର୍ଷ। ଗତ କୋଡ଼ିଏ ବର୍ଷ ଧରି ସେ ଅକ୍ଷୟ କୁମାରଙ୍କ ଠିକଣାରେ ଏକାଧିକ ଚିଠି ପଠାଇଛନ୍ତି। କିଛି ବର୍ଷ ତଳୁ ସୋସିଆଲ ମିଡିଆର ଚାହିଦା ବଢ଼ିବା ପରେ ସେ ଅକ୍ଷୟ କୁମାରଙ୍କ ଆକାଉଣ୍ଟରୁ ଉତ୍ତର ପାଇବା ପାଇଁ ପୋଷ୍ଟ କରୁଥିଲେ। ନିକଟରେ ପ୍ରଶଂସକ ଜଣକ ଲେଖିଥିଲେ  ‘ପ୍ରିୟ ଅକ୍ଷୟ କୁମାର ସାର୍, ବହୁତ ଦିନ ହୋଇଗଲା, ଏବେ ମୁଁ ଆପଣଙ୍କଠାରୁ ଉତ୍ତର ପାଇବା ପାଇଁ ହିଁ ଟୁଇଟରରେ ଅଛି,  ଆଶା କରୁଛି ଆପଣ ମୋ ଭଲପାଇବାକୁ ବୁଝିବେ। ଦୟାକରି ଆଜି ମୋର ଜନ୍ମଦିନରେ ମୋତେ ୱିଶ୍ କରନ୍ତୁ। ଜବାବରେ ଅକ୍ଷୟ ଲେଖିଛନ୍ତି, ‘ଆପଣଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା। ଦେବଶ୍ରୀ, ଆପଣଙ୍କର ସବୁ ମନୋବାଞ୍ଛା ପୂର୍ଣ୍ଣ ହେଉ। ମୁଁ ଆଶା କରୁଛି ଆପଣଙ୍କ ମୁହଁରେ ହସ ଫୁଟିବ।’