ବୋହୂର ଏକାଦଶ ଦିନ କରୋନାରେ ଆଖିବୁଜିଲେ ଶ୍ୱଶୁର

ବାଲେଶ୍ୱର, ଏନ୍ଏନ୍ଏସ୍: କରୋନାକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ହୃଦୟ ଥରା ଭିଡିଓ ସାମ୍ନାକୁ ଆସୁଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବୋହୂର ଏକାଦଶ ଦିନ ଆରପାରିକୁ ଚାଲିଗଲେ ଶ୍ୱଶୁର। ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ପିତା ଶଙ୍କର୍ଷଣ ପଣ୍ଡାଙ୍କ କରୋନାରେ ଆଜି ଦେହାନ୍ତ ହୋଇଛି। ସେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଆଜି ମୃତ୍ୟୁ ହୋଇଛି । ହେଲେ ବିଡମ୍ବନାର କଥା ଆଜି ଶଙ୍କର୍ଷଣ ପଣ୍ଡାଙ୍କ ବୋହୂ ତଥା ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କର ଏକାଦଶ ଥିଲା। ତୃପ୍ତି ପଣ୍ଡା ହେଉଛନ୍ତି ପ୍ରସିଦ୍ଧ ଯାତ୍ରା ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ ଏବଂ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇବୋହୂ। ତୃପ୍ତିଙ୍କର ମଧ୍ୟ କରୋନାରେ ମଧ୍ୟ ମୃତ୍ୟୁ ଘଟିଥିଲା।