ଷ୍ଟେସନରେ ଶୋଇଥିଲେ, ଚାଲିଗଲା ଜୀବନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟେସନ ପ୍ଲାଟଫର୍ମରେ ଆଶ୍ରୟ ନେଇଥିବା ଜଣେ ବ୍ୟକ୍ତି ଭୋକ ଉପାସରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଷ୍ଟେସନରେ କିଛି ଲୋକେ ତାଙ୍କୁ ଡାକିବା ପରେ ମଧ୍ୟ ନଉଠିବାରୁ ଜିଆରପିକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଦେଖିବାବେଳେ ଜାଣିବାକୁ ପାଇଥିଲେ ଯୁବକ ଆଉ ଜୀବିତ ନାହାନ୍ତି। ଏହାପରେ କିଛି ସମାଜସେବୀଙ୍କ ସହଯୋଗରେ ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ସୂଚନା ଯୋଗ୍ୟ, ଯୁବକ ଜଣଙ୍କ ଯାତ୍ରୀ ଓ ରେଳ ଡ଼ବାରେ ଝାଡୁ ମାରି ବଞ୍ଚୁଥିଲା । ଲକଡାଉନ ଯୋଗୁଁ ଲୋକଙ୍କ ଯାତାୟତ ଉପରେ ବ୍ରେକ୍ ଲାଗିଛି। ଯାହାକିଛି ମାଗି ଖାଉଥିଲା ତାହା ଏବେ ବନ୍ଦ। ତେଣୁ ବହୁଦିନରୁ ଖାଇବାକୁ ନପାଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।