ସତସଙ୍ଗ ବିହାର ନିକଟରେ ଓଲଟିଲା ମୋରମ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ତାରିଣୀ ବସ୍ତି ବାସିନ୍ଦା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରସାମ୍ୟ ହରାଇ ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଓଲଟିଲା ମୋରମ ବୋଝେଇ ଟ୍ରକ। ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡିଛି ଟ୍ରକ।

ଭୁବନେଶ୍ୱର ସତସଙ୍ଗ ବିହାର ଓଭର ବ୍ରିଜ ନିକଟରେ ଆଜି ସକାଳୁ ଏକ ମୋରମ ବୋଝେଇ ଟ୍ରକର ଚକା ଫାଟିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକଟି ସତସଙ୍ଗ ବିହାର ନିକଟ ତାରିଣୀ ବସ୍ତି ଭିତରକୁ ମାଡି ୫୦ ଫୁଟ ତଳକୁ ଖସିପଡିଛି। ଟ୍ରକର ତେଲ ଟାଙ୍କି ଫାଟି ଥିବା ବେଳେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି। ତାରିଣୀ ବସ୍ତି ବାସିନ୍ଦା ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।